The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ବିଧୁନ୍ତୁଦ ନହୋଇ            ବିଭାବସୁ ବୋଲାଇ

ବିଭାବରୀକି ଦିଅ ନାଶି

ବାରେ ମକର ପର            ବାଳଗତି ଆଚର

ବାରିଧି ଦୁଃଖ ଦିଅ ଶୋଷି ହେ ।

ବାରଣ ଗତିକି ନକର            ବାରଣ ଗତିକି ହିଁ କର

ବରୁଣ ସୂତା କାନ୍ତ            ବାଞ୍ଛନା ଅବିରତ

ବେଳେ ହେଁ ବିରତ ନକର ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା