The Ekwesha

ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ

ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ

ଅନ୍ତରେ ଅନ୍ତରେ ମୋର

ଜଳିଯାଉ ମୋର ପୂରୁବ ପାତକ

କରୁଣା ଜୁଇରେ ତୋର ।୧ ।

ଅଜ୍ଞାନ ତିମିର ଅମା ଅନ୍ଧକାରେ

ପଥହରା ଦାସ ସଦା ଘୂରି ବୁଲେ

ଦୟାର ଆଲୋକ ଦେଇ ପୂଣ୍ୟ ଶ୍ଳୋକ

କର ଏତ ଶୁଭଧାର ।୨ ।

ଜାଗେ ନାହିଁ ପୂଜା ଅରଚନା ବିଧି

ଦେଇ ନାହିଁ ପ୍ରଭୁ ତାହାର ସମୃଦ୍ଧି

କେବଳ ମନ୍ତର ପରି ନିରନ୍ତର

ନାମ ଜପୁଛି ତୁମ୍ଭର ।୩ ।

ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ