The Ekwesha

ପଥହରା ମୁହିଁ ପ୍ରଭୁ

ପଥହରା ମୁହିଁ ପ୍ରଭୁ ଡାକୁଛି ଆକୁଳେ ତୋତେ

ବ୍ୟାକୁଳ ହୃଦୟ ମୋର ଅଜଣାକି ଅନ୍ତର୍ଗତେ ।(ଘୋଷ) ।

ଅଜ୍ଞାନେ ତିମିରେ ଲିପ୍ତ ବିହୀନ ବେନି ନେତ୍ର

ଦିଶୟା ଦିଶେ କଟିଲା ଦିନ ଇନ୍ଦ୍ରିୟ ଆୟତେ ।୧ ।

ନିରାଶ ମରୁ ପ୍ରାନ୍ତରେ ଚାତକ ପରି ଅନ୍ତରେ

ତୋ କରୁଣା ବାରିଧାରେ ଅନାଇ ଅଛି ନିରତେ ।୨ ।

ସନ୍ତରଣେ ଭବବାରି ଅନ୍ତରେ ମନ୍ତର ପରି

ଧରିଛି ତୋ ନାମ ତରୀ କରୁଣା ନୋହୁଛି ମୋତେ ।୩ ।

ଅରୁଣ ଚରଣେ ତବ ଶରଣ ପଶିଛି ଦେବ

ମାଗେ କାରଣ ବିଭବ ବାସୁଦେବ ଦିଅ ମୋତେ ।୪ ।

ପଥହରା ମୁହିଁ ପ୍ରଭୁ