The Ekwesha

ମହେଶ୍ୱର ବନ୍ଦନା

ବନ୍ଦଇ ଶ୍ରୀ ନାରାୟଣ ଦୀନ ତାରଣ କାରଣ

ଶରଣ ରକ୍ଷଣ ମହାବାହୁ

ଭବଭୟ ନିବାରଣ ଭକତ ହୃଦ ବନ୍ଦନ

ଭବାଧି ତାରଣ ବାନା ବହୁ ।୧ ।

ଶୁକ୍ଳ ବର୍ଣ୍ଣ ତନୁ ତେଜ ନିନ୍ଦେ କୋଟି ଦ୍ୱିଜରାଜ

ଶୁକ୍ଳାମ୍ବର କଟିତଟେ ସାଜେ

ଶୁକ୍ଳ ଉତରୀୟକନ୍ଧେ ଯଜ୍ଞୋପବିତ ଛନ୍ଦେ

ସନ ଯଜ୍ଞୋପବିତ ବିରାଜେ ।୨ ।

ଶୁକଳ ସୁମନ ମାଳ ଗଳେ ଦିଶଇ ସୁଢ଼ଳ

ତାରକା ପନ୍ତି ପରାଏ ଦିଶି

ଶୁକଳ ଗନ୍ଧ ଚନ୍ଦନ ସର୍ବାଙ୍ଗରେ ବିଲେପନ

କସ୍ତୁରୀ ଯେ ଚତୁଃସମ ମିଶି ।୩ ।

ଗୋଷ୍ପଦ ଲଙ୍ଗଳ ଆଦି ଅଷ୍ଟାଦଶ ଚିହ୍ନ ବିଧି

ଶ୍ରୀବତ୍ସଙ୍କ ତଥି ପରେ ସାର

କଣ୍ଠେ କଉସ୍ତୁଭ ମଣି ଶତସୂର୍ଯ୍ୟ ଜ୍ୟୋତି ଜିଣି

ବଇକୁଣ୍ଠେ ନଥାଇ ଅନ୍ଧାର ।୪ ।

ବାକ୍ୟ ଦାୟିନୀ ଭାର୍ଗବୀ ଯା’ଚରଣେ ଥାନ୍ତି ସେବି

ବୃନ୍ଦାର କେ ନପା’ନ୍ତି ଦର୍ଶନେ

ସେ ପଦ୍ମ ଚରଣ ହୃଦେସ୍ୱରୀ ବୁଦ୍ଧେ ଅପ୍ରମାଦେ

ହରିବୋଲ ଦିଅ ସଭାଜନେ ।୫ ।

ଶିରେ ଜଟାଜୁଟ ଶୋଭା ଦୁଦୁରା ଗଏଶ ଗଭା

ପତିତ ପାବନି ଯାର ଜଟାରୁ ସ୍ରବେ

ନାଗଯଜ୍ଞ ଉପବିତ ନାଗ କଙ୍କଣେ ମଣ୍ଡିତ

ପଣ୍ଡିତ ନାହିଁକେ ତିନିଲୋକର ଭବେ ।୬ ।

ବନ୍ଦଇ ଶ୍ରୀ ନାରାୟଣ ଦୀନ ତାରଣ କାରଣ