-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି
ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି
ବୁଲିବି ଘୋର ବିପିନେ
ଲୋଡ଼ା ନାହିଁ ମୋର ଏଛାର ସଂଭୋଗ
ତୂଳୀ ତଳପ ଶୟନେ
ଲୋଡ଼ା ନାହିଁ ପୋଡ଼ା ପରାଣେ ମୋର
ଯୋଡ଼ାଯୋଡ଼ା ନୀଳ ପୀତ ଅମ୍ବର ।୧ ।
ଜଡ଼ାଅନା ଆଉ ରତନ ଭୂଷଣେ
ଛିଡ଼ାଅ ସେବତୀ ମାଳ
ଖୋଲିଦିଅ ବେଣୀ ଦିଅ ଝୋଲି ମୁଣି
କରେ ଦିଅ ଜପାମାଳ
ଗେରୁଆ ବସନ ଗେରୁଆ ଚିତା
ଦିଅ ଦିଅ ସଖୀ ଗୋବିନ୍ଦ ଗୀତା ।୨ ।
ଶ୍ୟାମ ପଦଧୂଳି ଅଙ୍ଗେ ଦିଅ ବୋଳି
ସଜାଅ ଯୋଗିନୀ ବେଶ
ସେହି ସାରସ ଚରଣ ସରସ ବଦନ
ସଦା ବାସୁଦେବ ଆଶ
ଦିବାନିଶି ମୋର ସେହି ଧିଆନ
ଦରଜ ସଂପଦ ମନ ମୋହନ
ହରିନାମ ଧରି ତରିବି ବୋଲି
ଭବ ସାଗରେ ମୁଁ ବାନ୍ଧୁଛି ବାଲି ।୩ ।
