The Ekwesha

ଗଣେଶ ବନ୍ଦନା

ନମୋ ବିଘ୍ନ ବିନାସନ

ଗିରି ନନ୍ଦିନୀ ନନ୍ଦନ

ଭୁବନ ପୂଜିତ ଦ୍ୱିତୀୟ ଈଶାନ

ବେଦ ବିଦ୍ୟା ବିଭୂଷଣ ।୧ ।

ପାଶାଙ୍କୁଶ ବେନି କର

ସ୍ଥୂଳ ପୃଥୁଳ ଉଦର

ଭସ୍ମ ବିଲେପନ ସର୍ବାଙ୍ଗ ଶୋଭନ

କଟି ତଟେ ରକ୍ତାମ୍ବର ।୨ ।

ମଉଳିରେ ସପ୍ତଫେଣୀ

ଶିରେ ଶୋହେ କୃଷ୍ଣବେଣୀ

ଭୁଜଙ୍ଗ କଙ୍କଣ କରେ ଆଭରଣ

ଜନମନ ନିଏ କିଣି ।୩ ।

ସୁନ୍ଦର ମନ୍ଦାର ମାଳ

ଲମ୍ବିଥାଏ ବକ୍ଷ ସ୍ଥଳ

ରୁଦ୍ରାକ୍ଷର ମାଳ ଦଳେ ସୁମଂଜୁଳ

କର୍ଣ୍ଣେ ଅମୃତ କୁଣ୍ଡଳ ।୪ ।

ମାତଙ୍ଗ ଆନନେ ଶୋଭା

ସିନ୍ଦୁର ଗାର ପ୍ରତିଭା

କେତକୀ କୁସୁମ ସମ ଶୋଭାବନ

କେରଦ ମନଲୋଭା ।୫ ।

ବିଘ୍ନରାଜ ଦୟାକର

ଆସ ଆସ୍ଥାନ ଉପର

ଯଯମାନ ମନବାଞ୍ଛା ପୂର୍ଣ୍ଣ କରି

ଦିଅନ୍ତୁ ଅଭୟବର ।୬ ।

ଶିବ ନନ୍ଦନ ଚରଣେ

ହୀନ ବାସୁଦେବ ଭଣେ

ହୁଳହୁଳି ତୁଲେ ହରିବୋଲ ଶବ୍ଦ

ଦିଅ ସର୍ବ ସଭାଜନେ ।୭ ।

ନମୋ ବିଘ୍ନ ବିନାସନ