The Ekwesha

ଯାଅ ଯାଅ ଦୂତି ଏ ମୋର ଭାରତୀ

ଯାଅ ଯାଅ ଦୂତି ଏ ମୋର ଭାରତୀ

ଶ୍ରୀମତୀରେ କହ ଯାଇଁ

ଗତ ସ୍ନେହ ତାର ଅନ୍ତରୁ ଅନ୍ତର

କରିଛି କି ଚାନ୍ଦ ମୁହିଁ

ବାଲ୍ୟକାଳ କଥା ନାହିଁକି ମନେ

ବଦ୍ଧଲିପି ମୋର ହୃଦଗଗନେ ।୧ ।

ଧୂଳିଖେଳ ମେଳେ ପରିହାସ ଛଳେ

ଭାଙ୍ଗିଲ ତା’ ଧୂଳିଘର

ଛଳଛଳ ନେତ୍ରେ ଛନ୍ଦିଲା ମୋ ଚିତେ

ଲଳନା ଲଳିତା ଗିର

ଭାଙ୍ଗନା ଭାଙ୍ଗନା ଆଉ ମାଧୋଇ

ଭାବ ବିନୋଦିଆ ଭାବକୁ ବହିଁ ।୨ ।

ତୁମ୍ଭ ଘର ମୁହିଁ କେବେ ଭାଙ୍ଗିନାହିଁ

ହୃଦରେ ନଭାବେ ପର

ଅନ୍ତରଙ୍ଗ ସାଥୀ ତୁମ୍ଭେଟି ଶ୍ରୀପତି

ବୋଲି ମିଳାଇଲା କର

କର କରଦନା ଗଲାକି ଭୁଲି

ଭୁଲି ନାହିଁ ମୁହିଁ କରିଛି ଝୋଲି ।୩ ।

ଯାଅ ଯାଅ ଦୂତି ଏ ମୋର ଭାରତୀ