The Ekwesha

କାହିଁକି କିଏ ସେ ଡାକିବ ହେ ପ୍ରଭୁ

କାହିଁକି କିଏ ସେ ଡାକିବ ହେ ପ୍ରଭୁ ପତିତ ପାବନ ବୋଲି

ପତିତଙ୍କ ଡାକ ନଶୁଣିବ ଯେବେ ଅତୀତ ବଡ଼ିମା ଭୁଲି ।(ଘୋଷ) ।

ଦୀନଜନ ଡାକ ନଶୁଣିବ ଯେବେ

ଦୀନବନ୍ଧୁ ବୋଲି ଡାକିବେ କେ ଭବେ

ଆରତୀ ଆରତ ନଶୁଣି କହକି

ଆରତ ଭଞ୍ଜନ ବୋଲି ।୧ ।

ଶରଣ ଜନରେ ନକଲେ କାରଣ

ବହିବକି ନାମ ଶରଣ ରକ୍ଷଣ

କିରଣ ବିନ୍ଦିତ ତୋରଣେ ତୁମ୍ଭର

ବୋଳି ହୋଇଯିବ କାଳି ।୨ ।

ଜଗତର ନାଥ ତୁମ୍ଭେ ଜଗନ୍ନାଥ

ନଜାଣିବ ଯେବେ ଜଗତ ଆରତ

ଯୁଗଯୁଗ ଧରି ଉଡୁଥିବା ନେତ

ଅବିଳମ୍ବେ ଦିଅ ଚିରି ।୩ ।

କାହିଁକି କିଏ ସେ ଡାକିବ ହେ ପ୍ରଭୁ