The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ହେ ଦୀନବନ୍ଧୁ କୃପାସିନ୍ଧୁ
ହେ ଦୀନବନ୍ଧୁ କୃପାସିନ୍ଧୁ
ସେ ଦୟା ନାହିଁକି ମୋ ବେଳକୁ
ଅନ୍ତରେ ମନ୍ତର ପରି କରିଛି ତୋ ନାମ ତରି
ପାର ହେବାପାଇଁ ଭବଜଳକୁ । (ଘୋଷ) ।
ମାତଙ୍ଗ ଆତଙ୍ଗ ଡାକ ଶୁଣିଲ ହେଳେ
ଚକ୍ର ପେଷି ନକ୍ର ଶିର ଛେଦିଲ ବେଳେ
ଶକ୍ର ବିବାଦେ ମନ୍ଦର ଧଇଲ ହେ ଚକ୍ରଧର
ରଖିଲ ଗୋରୁ ଗୋପାଳ କୁଳକୁ ।୧ ।
ବ୍ରଜଦାଣ୍ଡେ ଧୂଳିଖେଳେ ନନ୍ଦନନ୍ଦନ
ଜନମ ଅନ୍ଧେ ଦେଇଛି ବେନି ନୟନ
ମାଗିତ ନଥିଲା ସେହି ଯାଚିଦେଲ ଭାବଗ୍ରାହୀ
କଥା ରହିଅଛି କାଳକାଳକୁ ।୨ ।
ଗଉତମ ଶାପପାଇ ନାରୀ ଅହଲ୍ୟା
ପଥରେ ପଥର ହୋଇ ପଡ଼ିତ ଥିଲା
ଡାକିତ ନଥିଲା ସେହି ଚରଣ ଦେଲ ଲଗାଇ
ମାନବୀ କରିଲ ପରା ଶିଳକୁ ।୩ ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ