The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ତୋରଣେ ପଡ଼ିଅଛି            ତାରଣ ଇଚ୍ଛାଇଛି

ତିରଣ ଧରିଛି ଦଶନେ

ତାର ଅବା ନତାର            ତୋ ଇଚ୍ଛା ଯାହା କର

ତରାଇ ନାହିଁ ତୋ ସମାନେ ହେ ।

ତପନ ବହ୍ଲବିକି ଦିଅ            ତାର ତିନିରୁ ମୁକୁଳାଅ

ତାର ଚାରିକି ହୃଦେ            ତିଳେ ନଧରି ମୁଦେ

ତାର ସାତକୁ ହେଲ ପ୍ରିୟ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା