The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

ଟମକ ଶୁଣି ମୁହିଁ            ଟାଣେ ଆସିଛି ଧାଇଁ

ଟାଣ ନ ଭାଙ୍ଗ ମୋର ହରି

ଟାଣ ଗୁହାରୀ ମୋର            ଟାଣି ନିଅ କର୍ଣ୍ଣର

ଟେକି ଟୋପରେ ନ’ଦେ ପେଲି ହେ ।

ଟଳ ଟଳିଆ ମୋ ସ୍ୱଭାବ            ଟିକିଏ ନାହିଁ ଭକ୍ତିଭାବ

ଟେଳାରୁ ହୀନ ମୁହିଁ            ଟାଣ ଧରିବି କାହିଁ

ଟିପିଲେ ରେଣୁର ସଂଭବ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା