The Ekwesha

ଦୀନବନ୍ଧୁ ହେ ଆଉ ମୁଁ ଡାକିବି ନାହିଁ

ଦୀନବନ୍ଧୁ ହେ ଆଉ ମୁଁ ଡାକିବି ନାହିଁ ।(ଘୋଷ) ।

ଏ ନାମେ କି ଘୃଣା କରି ଅକରୁଣା

କରୁଛ କରୁଣା ସାଇଁ ।୧ ।

ପତିତ ପାବନ କେତନ କାହିଁକି

ଉଡ଼ାଉଛ ରମାସାଇଁ ।୨ ।

ପତିତ ଗତିତ ନଦେବ ଯେମନ୍ତ

ସେ ନାମ ଥିବ କିମ୍ପାଇଁ ।୩ ।

କୃପାସିନ୍ଧୁ ବାରି ଯାଉଛିକି ସରି

ଆତପ ପ୍ରତାପ ପାଇଁ ।୪ ।

ତେଣୁ ନଶୁଣୁଛ କିଦେଇ ତୋଷିବ

ସିନ୍ଧୁରେ ବିନ୍ଦୁଏ ନାହିଁ ।୫ ।

ଦୀନବନ୍ଧୁ ହେ ଆଉ ମୁଁ ଡାକିବି ନାହିଁ