The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ନୀଳ ଶଇଳ ଚୂଳ ମିହିର ହେ
ନୀଳ ଶଇଳ ଚୂଳ ମିହିର ହେ
ତୁମ୍ଭେ ଥାଉ ମରେ ମୁଁ ଅନ୍ଧାରେ
ତମସାରେ ଜଡ଼ି ତବନାମ ହୁଡ଼ି
ଘୂରିବୁଲେ ତମସାରେ ।(ଘୋଷ) ।
ଥରେ ଡାକି ପାପୀ ଯାଇଛନ୍ତି ତରି
ଡାକୁଛି ମୁଁ ହରି ଦିବସ ସର୍ବରୀ
ସହସ୍ର କିରଣୁ କିରେକ ମୋ ସରି
ଦୟା ହେଲା ନାହିଁ ବାରେ ।୧ ।
ପତିତଙ୍କୁ ତାରି ପତିତ ପାବନ
ନାମ ବହିଅଛ ଉଡ଼ଇ କେତନ
ଏ ପତିତ ଦୀନ ହୀନ ଅକିଂଚନ
ଡାକ ନଶୁଭେ କର୍ଣ୍ଣରେ ।୨ ।
ମାଗୁନାହିଁ ପ୍ରଭୁ ଧନ ଦଉଲତ
ଭଣ୍ଡାର ସରିବ ଦେଲେ ସିନା ବିତ
ସହସ୍ର କିରଣୁ କିରେକ ବିହିଲେ
ସେକି ସୁଖି ଯାଇପାରେ ।୩ ।
ଶରଣ ରକ୍ଷଣ ବୋଲି ମୁଁ ଚରଣ
ଯୁଗଳେ ଶରଣ ନେଲି ନାରାୟଣ
ନକଲେ ବାରଣ ହେ ଆରତତ୍ରାଣ
ଆଉକି ଡାକିବି ବାରେ ।୪ ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ