The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ପଥରେ ପଥର ତାରି ନାରୀ କରି
ପଥରେ ପଥର ତାରି ନାରୀ କରି
ପଥର ହେଲାକି ତନୁ
ପଥର ଭସାଇ ବାନ୍ଧି ସେତୁବନ୍ଧ
ପଥର ହେଲ ସେ ଦିନୁ ।୧ ।
ପଥରର ଗିରି ଗୋବର୍ଦ୍ଧନ ତୋଳି
ପଥର ହେଲକି ହରି
ପଥର ଦେଉଳେ ରହିକି ପଥର
ହୋଇଗଲ ବନମାଳି ।୨ ।
ପଥହରା ଦୀନ ଦିନ ରାତି ଡାକି
କାନେ ନ ଶୁଭୁଛି ଡାକ
କରମ କଷଣ ଅଜଗର ପରି
ମୁହିଁ ହେଉଛି ନିରେଖ ।୩ ।
ଯାର ରାଶି ବାଣୀ ସାଗର ଦୁହ୍ଲଣି
ଧନବିଦ୍ୟା ଅଧିକାରୀ
ଅଣିମାଦି ଅଷ୍ଟନିଧି ଯା’ଭଣ୍ଡାର
ସର୍ବଦା ରହିଛି ପୁରି ।୪ ।
ଯାର କରେ ସଦା କୌମଦକୀ ଗଦା
ପଂଚଜନ୍ୟ ଶୋଭାବନ
ଅଇରି ଦଳନ ବିପଦ ଭଂଜନ
ବିରାଜିତ ସୁଦର୍ଶନ ।୫ ।
ଶମନ ଦମନ କରେ ଯାର ନାମ
ଡାକିଲେ ପଳାଏ ଦୁଃଖ
ଏଡ଼େ ପ୍ରଭୁ ଆଶ୍ରା କରି ମୁଁ ନିରାଶା
ପରି ହେଉଛି ବିମୁଖ ।୬ ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ