Ashwini Kumar Rath

The Ekwesha

ଦିଅଗୋ ସଜାଇ ମା’ ଦିଅଗୋ ସଜାଇ

ଦିଅଗୋ ସଜାଇ ମା’ ଦିଅଗୋ ସଜାଇ

ଗୋ ବତ୍ସା ଚାରଣେ ଆଜି ବନ ଯିବି ମୁହିଁ

ଯିବି ବନେ ସଜାଇ ଦିଅ ମା’ ସୁଯତନେ

ଦାଣ୍ଡେ ଡାକିଲେଣି ମୋର ପ୍ରିୟ ସଖାଗଣେ ।

ଅନିରୁଦ୍ଧ ଗଦାଧର ସର୍ବ ଗୋପ ବାଳେ

ଆସିଲେଣି ମା’ଗୋ ସେ ସାଙ୍ଗସାଥୀ ମେଳେ

ସାଜି ଆଣିଲେଣି ମା’ଗୋ ଶିଂଘା ବେଣୁ ବାଇ

ଉଛୁଳି ପଡୁଛି ନାଦ ଶୁଣ କର୍ଣ୍ଣ ଦେଇ ।

ଦାଣ୍ଡେ ଶିଂଘାନାଦ ମା’ଗୋ ଏକଠାଇ

ମିଳିଲେଣି ଶିଂଘା ହୋଏ ବେଣୁବାଇ

କ୍ଷୁଧା ହେଲେ ଖାଇବାକୁ ଦିଅ ଅନ୍ନ ପୁଡ଼ା

ଦେଖିବି ଗହନ ବନ ମହକରେ ଲୋଡ଼ା ।

ଶ୍ରୀଜଗନ୍ନାଥ ଚଉତିଶା