Ashwini Kumar Rath

The Ekwesha

ତୁମ୍ଭେ ପରା ଦୀନବନ୍ଧୁ

ତୁମ୍ଭେ ପରା ଦୀନବନ୍ଧୁ

ଦୀନଡାକ ଦିନେ ନ ଶୁଣୁଛ କାନେ

ଦିନ ଯାଏ କାନ୍ଦୁ କାନ୍ଦୁ । (ଘୋଷ) ।

ଶରଣ ରକ୍ଷଣ ବାଜୁଛି ଟମକ

ବିଶ୍ୱସାରା ତାହା ପଡ଼ିଛି ଚମକ

ଅନୁଭବୁ ତାହା ମଣୁଛି ଧମକ

ହେ ନୀଳ ଶଇଳ ଇନ୍ଦୁ ।୧ ।

ଦାତା ପଣ ବହି ଦୁଆରୁ ଭିକାରୀ

ନିରାଶେ ଫେରୁଛି ଡାକିଡାକି କରି

ବଦାନ୍ୟତା ପଣ କେ ଟେକିବ ହରି

କୁଣ୍ଠିତେ କରୁଣା ବିନ୍ଦୁ ।୨ ।

ଅରକ୍ଷ ରକ୍ଷଣ କେତନ ଉଡ଼ାଇଁ

ଶରଣାର୍ଥୀ ଯେବେ ଦେବ ଘଉଡ଼ାଇଁ

ସ୍ୱରଣ କରିଣ ଦେଖ ଭାବଗ୍ରାହୀ

କେ ଟେକିବ କିର୍ତୀ ବିଧୁ ।୩ ।

ତୁମ୍ଭେ ପରା ଦୀନବନ୍ଧୁ
Get latest news, stories and videos