-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
ଗଣେଶ ବନ୍ଦନା
ବନ୍ଦଇ ଶ୍ରୀ ବିଘ୍ନରାଜ ଗଉରୀ ନନ୍ଦନ
ସିନ୍ଦୂର ମଣ୍ଡିତ ଗଜାନନ ଶୋଭାବନ ।୧ ।
ଧବଳ ବରନେ ରକ୍ତାମ୍ବର ପରିଧାନ
ଶିରେ ଜଟାଜୁଟ ଅଙ୍ଗ ଭସ୍ମ ବିଲେପନ ।୨ ।
କନ୍ଧେ ଯଜ୍ଞ ସୂତ୍ର ଗଳେ ରୁଦ୍ରାକ୍ଷର ମାଳ
ତାର ତଳେ ଶୋଭାପାଏ ରକତ ମନ୍ଦାର ।୩ ।
ବେନିକରେ ଶୋଭାପାଏ ପଣ ଯେ ଅଙ୍କୁଶ
ନାମ ସ୍ମରିଲେ ସକଳ ବିଘ୍ନ ହୋଏ ନାଶ ।୪ ।
ଗଉରୀ ନନ୍ଦନ ଶ୍ରୀଚରଣେ କରି ଧ୍ୟାନ
ଆନନ୍ଦ ସାଗରେ ହରିବୋଲ ସଭାଜନ ।୫ ।
