The Ekwesha

ଦେଖ ଦେଖ ସଖୀ ଦେଖ ଗୋ ନିରେଖି

ଦେଖ ଦେଖ ସଖୀ ଦେଖ ଗୋ ନିରେଖି

ନନ୍ଦର ନନ୍ଦନ ଶୋଭା

ନବ ଜଳଧର ବରନ ସୁନ୍ଦର

କେକୀ ପୁଚ୍ଛ ଚୂଳ ଗଭା ।୧ ।

ବନ ଫୁଲ ହାର ଜଡ଼ିତ ଶରୀର

ତଡ଼ିତ କି କଳାମେଘେ

ଝଲମଲ କରେ ଝଲକ କାନ୍ତିରେ

କମନୀୟ ତନୁ ସଙ୍ଗେ ।୨ ।

ପୀତ କାଛ ଭିଡ଼ି ପିନ୍ଧିଛି ସଜାଡ଼ି

କଟୀରେ ଯାଇଛି ଜଡ଼ି

ନିତମ୍ବ କିଙ୍କିଣି ମନ ନିଏ କିଣି

କିଣିକିଣି ନାଦ ବଢ଼ି ।୩ ।

ଦେଖ ଦେଖ ସଖୀ ଦେଖ ଗୋ ନିରେଖି