The Ekwesha

ଶୁଣ ହେ ଭକତଗଣ ନାମ ସଂକୀର୍ତନ

ଶୁଣ ହେ ଭକତଗଣ ନାମ ସଂକୀର୍ତନ

ଭବସିନ୍ଧୁ ତରିବାକୁ ତରଣୀ ସମାନ ।୧ ।

ଯେଉଁ ହରିନାମ ଧରି ତରିଲା ଭୂଷଣ୍ଡ

ହରିନାମ ଜପି ମୃତ୍ୟୁ ଜିଣିଲେ ମାର୍କଣ୍ଡ ।୨ ।

ହରିନାମ ପ୍ରହଲ୍ଲାଦ ଜପି ଇନ୍ଦ୍ର ହେଲା

ଧୃବ ଜପି ଧୃବପଦେ ସ୍ଥାନକୁ ପାଇଲା ।୩ ।

ଶୁକପକ୍ଷୀ ମୃତ ଶିଶୁ ଯେଉଁ ଜ୍ଞାନ ଶୁଣି

ଜୀବନ ସଂଚାର ହେଲା ଶୁକ ମହଜ୍ଞାନୀ ।୪ ।

ଲେଖିଲେ ଶ୍ରୀଭାଗବତ ପୁରିଛି ପୃଥିରେ

ହରିନାମ ଶୁଣି ପ୍ରାଣୀ ଭବସିନ୍ଧୁ ତରେ ।୫ ।

କଳିଯୁଗେ ତରିବାକୁ ନାମ ସଂକୀର୍ତନ

ପ୍ରାର୍ଥନା କରଇ ସଦା ବାସୁଦେବ ଦୀନ ।୬ ।

ଶଶୁଣ ହେ ଭକତଗଣ ନାମ ସଂକୀର୍ତନ