-
ଶ୍ରୀ ଜଗନ୍ନାଥ ଚଉତିଶା
-
ଭଜନ
1 ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ 2 ମନୁଆଁ ଭଜ ରାମ ରଘୁମଣି 3 ଯାଅ ଯାଅ ଦୂତି ଏ ମୋର ଭାରତୀ 4 ସେହି ଶ୍ୟାମ ଲାଗି ହେବି ବାସ ତ୍ୟାଗି 5 ରାଇ ବିନୋଦିନୀ ଧନି ହୋଇ କାମେ ବଶ 6 ଶୁଣ ହେ ଭକତଗଣ ନାମ ସଂକୀର୍ତନ 7 ଲଳିତା ଠାରୁ ସନ୍ଦେଶ ପାଇ ପ୍ରଭୁ ହୃଷୀକେଶ 8 ଦୂତିକା ମୁଖରୁ ଶ୍ରୀହରି ଆଗମ ଶୁଣି ଚପଳା କିଶୋରୀ 9 ଦେଖ ଦେଖ ସଖୀ ଦେଖ ଗୋ ନିରେଖି 10 କଷ କେତେ କଷୁଛ ମୋତେ -
ଜୀବନୀ
କଷ କେତେ କଷୁଛ ମୋତେ
କଷ କେତେ କଷୁଛ ମୋତେ
କଷି କେଉଁଯଶ ପାଇଛ କାରେ
କଷି ଅତୀତରେ କଷଟୀ ପଥରେ
କଉଶିଳ ଶିର ଲମ୍ବିଛି ଗଳେ ।
କଷିଥିଲ ଥରେ ବୈଲୋଚନ ସୁତେ
ବାମନ ହୋଇଣ ଦାନର ନିମିତେ
ହେଲା କେଉଁ ଯଶ ଆହେ ପୀତବାସ
ରଖିଲ ପାତାଳ ବୈକୁଣ୍ଠ ପୁରେ ।
କଷିଥିଲ ଦିନେ କୁନ୍ତୀସୁତ ମନ
ପୁତ୍ର ମାରି ହସ୍ତେ ଦେଲା ସେତ ରାଜନ
ହୋଇଣ ଲଜ୍ଜିତ ତୁମ୍ଭେ ଜଗନ୍ନାଥ
ତତ୍କ୍ଷଣେ ବଂଚାଇଲ କୁମରେ ।
ତାଙ୍କପରି କାହିଁ ମୋର ଧୈର୍ଯ୍ୟ ସ୍ତମ୍ଭ
ସହଜେ ମୁଁ ଅଟେ କଳିର ମାନବ
ଦାସେ କରି ନାଶ ଆହେ ପୀତବାସ
କେଉଁ ବାନା ଉଡ଼ାଇବ ବିଶ୍ୱରେ ।
