Ashwini Kumar Rath

The Ekwesha

(ବନ୍ଧୁ ହେ) ମଉଳା କୁସୁମ ପରି

(ବନ୍ଧୁ ହେ) ମଉଳା କୁସୁମ ପରି

ବରଷିଲ ନାହିଁ ସୋହାଗ ମଧୁପେ

ନିଶୀଥିନୀ ଅନୁସରି

ଆଶା ପଥେ ଜାଗି ଜାଗି

ନିରାଶ ହେଲା ଅଭାଗି

ଅଶ୍ରୁପୂର୍ଣ୍ଣ ନେତ୍ରେ ଚିନ୍ତାଇଲ ଗାତ୍ରେ

ଅନାଥିନୀ ପରି କରି ।

କେତେ ମନଗଢ଼ା ମାଳ

ଗୁନ୍ଥା ମୋ ହେଲା ବିଫଳ

ସଜଡ଼ା ରତନ ଅଯାଡ଼ି ଫିଙ୍ଗିଲ

ଖଂଟ ପଣ ମନେ ଧରି ।

(ବନ୍ଧୁ ହେ) ମଉଳା କୁସୁମ ପରି