The Ekwesha

ଦୀନବନ୍ଧୁ ହେ ଦୟାତ ନୋହିଲା ମୋତେ

ଦୀନବନ୍ଧୁ ହେ ଦୟାତ ନୋହିଲା ମୋତେ । (ଘୋଷ) ।

ସହସ୍ର ଶ୍ରବଣେ ଶ୍ରବଣ ନୋହୁଛି

ଡାକିଡାକି ଦିବାରାତ୍ରେ ।୧ ।

କୃପାସିନ୍ଧୁ ବୋଲି ବୋଲନ୍ତି ଜଗତେ

ଅକୃପା କିମ୍ପାଇଁ ଏ ଦୀନକୁ ଏତେ ।୨ ।

ଦୁଃଖୀର ଏ ଦୁଃଖ ଶତପତ୍ର ମୁଖ

ନପଡ଼େ ସହସ୍ର ନେତ୍ରେ ।୩ ।

ଦୀନବନ୍ଧୁ ହେ ଦୟାତ ନୋହିଲା ମୋତେ