The Ekwesha

ମିଳନ ରେଖା

(ମିଳନ ରେଖା)

ସୁଦୂର ଗଗନେ ତୋର ଦେଲାଣି ଦେଖା ।

ଅମା ଅନ୍ଧାରେ            ହୃଦ ଫନ୍ଦାରେ

ବଧାଇ ଦେଲାଣି ତାର ଆଶା ତାରକା ।

ଗନ୍ଧ ଜଡ଼ିତ            ମନ ମରୁତ

ମନ୍ଦ ମନ୍ଦ ବହିବାର ଗଲାଣି ଦେଖା ।

ନବୀନ ଘନ            କଲାଣି ସ୍ୱନ

ମରୁଭୂମେ ସରିଯିବ ସଲିଳ ରେଖା ।

ହୋଇଛି ଅନ୍ତରେ            ଲେଖା ଲିପିରେ

ନଈକୂଳେ ଖରାବେଳେ ତା’ସଙ୍ଗେ ମୋ ଦେଖା ।

ଶମିଳନ ରେଖା