The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଦୀନବନ୍ଧୁ ଦଇତାରୀ ଦିନେ ନଶୁଣ ଦୀନ ଗୁହାରୀ
ଦୀନବନ୍ଧୁ ଦଇତାରୀ ଦିନେ ନଶୁଣ ଦୀନ ଗୁହାରୀ (ହେ)
ଦାନୀ ପଣେ ଧ୍ୱଜା ଉଡ଼ାଇଛ ରାଜା ଦୀନବନ୍ଧୁ ନାମଧରି ।(ଘୋଷ) ।
ତୁମ୍ଭେପରା ଅଟ ପତିତ ପାବନ ଦୀନ ଦୁଃଖୀଦୁଃଖ ହାରୀ
ଆରତ ଭଞ୍ଜନ ଶରଣ ରକ୍ଷଣ ବାନାକି ଦେଇଛ ଚିରି ।୧ ।
ଜଗତରନାଥ ତୁମ୍ଭେ ଜଗନ୍ନାଥ ମୋ ନାଥ ନୁହଁକି ହରି
ମୋ କରମ ଫଳ ନୋହୁଛି ବିଫଳ ଏଡ଼େ ପ୍ରଭୁ ଆଶ୍ରା ଧରି ।୨ ।
ଥରେ ଡାକି ଜନେ ଯାଇଛନ୍ତି ତରି ମୁଁ ଡାକେ ଦିବସର୍ବରୀ
ରଖ ବା ନରଖ ଶତପତ୍ର ମୁଖ ଶରଣ ଗଲି ତୁମ୍ଭରି ।୩ ।
କରିଛି ତରଣୀ ନାମ ଚକ୍ରପାଣି ଭବାର୍ଣ୍ଣବ କର ପାରି
ନାମ ବିସ୍ମରଣ ନୋହୁ ନାରାୟଣ ଅନ୍ତିମ କାଳେ ମୋହରି ।୪ ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ