The Ekwesha

ଦୁର୍ଗତିନାଶିନୀ ବନ୍ଦନା

ବନ୍ଦଇ ଶ୍ରୀଦୁର୍ଗେ ମା’ ଗୋ ଦୁର୍ଗତି ନାଶିନୀ

ଭବଭୟ ନିବାରିଣୀ ଅଭୟ ଦାଇନି ।୧ ।

ଶୁକ୍ଳମ୍ବର ପରିଧାନୀ ହର୍ଯ୍ୟକ୍ଷ ବାହିନୀ

ଖଣ୍ଡା ଖର୍ପର ଧାରିଣୀ ନୃମୁଣ୍ଡ ମାଳିନି ।୨ ।

ଶ୍ୱେତ ପଙ୍କଜ ମାଳିନୀ ଭୁବନ ପାଳିନୀ

ବିନ୍ଧ୍ୟ ନିବାସିନି ମାଗୋ ଶଙ୍କର ମୋହିନୀ ।୩ ।

ଦେବ ମାନବ ରକ୍ଷିଣୀ ଦାନବ ଦଳିନୀ

ଚଣ୍ଡମୁଣ୍ଡ ବିନାଶିନୀ ମହିମା ନାଶିନୀ ।୪ ।

ଯେ ନାମ ସ୍ମରଣେ ସିଦ୍ଧ ହୋଏ ଅନୁକୁଳ

ସେ ଦୁର୍ଗା ସୁମରି ନରେ ହରି ହରି ବୋଲ ।୫ ।

ଶ୍ରୀଜଗନ୍ନାଥ ଚଉତିଶା