The Ekwesha The Ekwesha

An Anthology of Odia Poetry by Basudev Rath

Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.

ନଈ କୂଳେ ପରିଚୟ ତାର
Poem to Song

ନଈ କୂଳେ ପରିଚୟ ତାର

Nai Kule Parichaya Taara - I met her by the riverbank

This poem by Basudev Rath, written in the 1940s and published in Ekwesha in 2005, is now presented in musical form by Dr. Ashwini Kumar Rath on the eve of Raja 2026.

Lyrics: Basudev Rath Published in Ekwesha, 2005 Odia romantic song Raja 2026
Open Music Page

ନଈ କୂଳେ ପରିଚୟ ତାର

ସରମ ବୋଳା ଭାଷାରେ କିଣିଛି ଅନ୍ତର ଗୋ ।

ଚଂଚଳ ହୁଅନ୍ତେ ଭିଡ଼ି ଧଇଲା ମୋ କର

ଅଂଚଳ ଉହାଡୁ ଦେଲା ସନନ୍ଦ ପତର ଗୋ ।

ବୋଇଲା ମୁଁ ଆଜୁଟି ତୁମ୍ଭର

ନାହିଁ କଲେ କାହିଁ ଯିବି କହ ପ୍ରତିକାର ଗୋ ।

ସରମ ମିଶା ଭାଷାରେ ଭାଙ୍ଗିଲା ମୋ ଟାଣ

ମଉନେ ହୋଇଲା ସନମତର ଲକ୍ଷଣ ଗୋ ।

ସ୍ନେହେ ଲଗାଇଲା ଭରେ ଭର

ପାଶୋରି ଯାଇଛି କି ମନୁ ତାର ଗୋ ।

ଶ୍ରୀଜଗନ୍ନାଥ ଚଉତିଶା