The Ekwesha

ନଈ କୂଳେ ପରିଚୟ ତାର

ନଈ କୂଳେ ପରିଚୟ ତାର

ସରମ ବୋଳା ଭାଷାରେ କିଣିଛି ଅନ୍ତର ଗୋ ।

ଚଂଚଳ ହୁଅନ୍ତେ ଭିଡ଼ି ଧଇଲା ମୋ କର

ଅଂଚଳ ଉହାଡୁ ଦେଲା ସନନ୍ଦ ପତର ଗୋ ।

ବୋଇଲା ମୁଁ ଆଜୁଟି ତୁମ୍ଭର

ନାହିଁ କଲେ କାହିଁ ଯିବି କହ ପ୍ରତିକାର ଗୋ ।

ସରମ ମିଶା ଭାଷାରେ ଭାଙ୍ଗିଲା ମୋ ଟାଣ

ମଉନେ ହୋଇଲା ସନମତର ଲକ୍ଷଣ ଗୋ ।

ସ୍ନେହେ ଲଗାଇଲା ଭରେ ଭର

ପାଶୋରି ଯାଇଛି କି ମନୁ ତାର ଗୋ ।

ଶ୍ରୀଜଗନ୍ନାଥ ଚଉତିଶା