The Ekwesha

ଶ୍ରୀ ଜଗନ୍ନାଥ ଚଉତିଶା

କୃପା ସରିତ ପତି            କରୁଛି ପାଦେ ସ୍ତୁତି

କଷଣ ପାରାବାରେ ପଡ଼ି

କାନନ ପତି ପତି            କାନ୍ତେ ଯା’ଅଳଂକୃତି

ତା’ ରିପୁ ପୃଷ୍ଟେ କର ଯୋଡ଼ି ହେ ।

କର୍ମ ଅଭାଗ୍ୟ ବଳୁ ମୋର            କର୍ଣ୍ଣକୁ ନୋହିଛି ଗୋଚର

କୋଟି ବ୍ରହ୍ମାଣ୍ଡ ଯା’ର            ଲୋମକୂପୁ ସଂଚାର

କମଳା ଯାର ପରିଚାର ହେ ଜଗନ୍ନାଥ ।

ଶ୍ରୀଜଗନ୍ନାଥ ଚଉତିଶା