The Ekwesha

ମନୁଆଁ ଭଜ ରାମ ରଘୁମଣି

ମନୁଆଁ ଭଜ ରାମ ରଘୁମଣି

ରାମନାମ ପଦ ଅକ୍ଷୟ ସଂପଦ

ଭବତାର ଶତରଣି ।(ଘୋଷ) ।

ରାମ ନାମ ଜପି ଭୂଷଣ୍ଡ ଅମର

ରାମନାମ ଜପି ଯୋଗୀ ଦିଗମ୍ବର

ଯେଉଁ ରାମ ପଦ ଜପି ପ୍ରହଲ୍ଲାଦ

ଅମରେ ହେଲା ବାରେଣି ।୧ ।

ରାମ ରାମ ଜ୍ଞାନେ ଶୁକ ମହାଜ୍ଞାନୀ

ରାମନାମେ ସିନ୍ଧୁ ତରିଲା ପାବନି

ଜପି ରାମନାମ ଲେଖେ ରାମାୟଣ

ବାଲମିକ ମହାମୁନି ।୨ ।

ମନୁଆଁ ଭଜ ରାମ ରଘୁମଣି