The Ekwesha
An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
କୃପାସିନ୍ଧୁ ଭକ୍ତବନ୍ଧୁ ହେ ଦୀନବନ୍ଧୁ
କୃପାସିନ୍ଧୁ ଭକ୍ତବନ୍ଧୁ ହେ ଦୀନବନ୍ଧୁ
ସେ ଦୟା ନାହିଁକି ମୋ ବେଳକୁ
ଗୋବର୍ଦ୍ଧନ ଶିଖରୀ କରେ ଧଇଲ ତୋଳି
ନସହି ଗୋପୀଙ୍କ ଆକୁଳକୁ ।(ଘୋଷ) ।
ବରଜ ଦାଣ୍ଡେ ବରଜ ବାଳକ ମେଳେ
ଧୂଳି ଖେଳକୁ ତୁ ଦଳେ ମାତିଲା ବେଳେ
ମାଗି ନଥିଲା ଅନ୍ଧ ଓଲଟି କଲ ସେ ଦ୍ୱନ୍ଦ୍ୱ
ଦୟାବହି ଦେଲ ବେନି ଡୋଳାକୁ ।୧ ।
ଗଉତମ ଶାପ ପାଇ ନାରୀ ଅହଲ୍ୟା
ପଥର ହୋଇ ପଥରେ ପଡ଼ିତ ଥିଲା
ଡାକିତ ନଥିଲା ସେହି ଚରଣ ଦେଲ ଲଗାଇ
ମାନବୀ କରିଲ ପରା ଶିଳାକୁ ।୨ ।
ସେ ଦୟା କେତନ ପ୍ରଭୁ ନାହିଁକି କରେ
ଡାକି ଡାକି ଶୁଭୁନାହିଁ ଡାକ କର୍ଣ୍ଣରେ
ବଳବନ୍ତ ବାହୁ ବୋଲି ବଳେ ମୁଁ ଆଶ୍ରୟ ନେଲି
ନିଳାଦ୍ରୀ ତେଜିଲକି ମୋ ବେଳକୁ ।୩ ।
Have a thought?
Add your comments and queries
Share feedback, questions, or corrections. We read every message.
ଶ୍ରୀ ଜଗନ୍ନାଥ ଚଉତିଶା
ଭଜନ
ଜଣାଣ
ବନ୍ଦନା
ମୃଗୁଣୀ ଉପାଖ୍ୟାନ
ଗୀତ
ଜୀବନୀ