Ashwini Kumar Rath

The Ekwesha

ମାଗୁନାହିଁ କିଛି ହେ ଦେବ

ମାଗୁନାହିଁ କିଛି ହେ ଦେବ

କାହିଁକି ବହୁଛ କୃପଣ ଭାବ

ରୋପଣ କରିଛ ଏ ଜୀବକୁ ଭବେ

ପୋଷଣ କାରଣ କିଏ ହୋଇବ ।୧ ।

ମାଗୁନାହିଁ ଧନଭଣ୍ଡାର

ମାଗୁନାହିଁ ସରଗ ପୁର

ମାଗୁନାହିଁ ପଣ ଆହେ ନାରାୟଣ

ଅନ୍ତର କଥାକି ଅଜଣା ତବ ।୨ ।

କୃପା କଲେ କୃପାଣ ଧାରୀ

ରୂପାସୁନା ନୋହେ ଯିବକି ସରି

ପରି କରି ମାଇଲେ ହେ ହରି

ତହିଁରେକି କେଉଁ ଯଶ ବଢ଼ିବ ।୩ ।

ଶ୍ରୀଜଗନ୍ନାଥ ଚଉତିଶା
Get latest news, stories and videos