The Ekwesha

ଡାକି ଡାକି ମୁହିଁ ନିସତ ହେଉଛି

ଡାକି ଡାକି ମୁହିଁ ନିସତ ହେଉଛି

ଆହେ ଭୁବନ ପାଳକ

ନଶୁଣିଲ ଦିନେ ସହସ୍ର ଶ୍ରବଣେ

ଦେବ ଦେବଙ୍କ ତିଳକ ।(ଘୋଷ) ।

ଲିଭିଲିଭି ଆସେ ଜୀବନ ପ୍ରଦୀପ

ଦୟା ହେଲା ନାହିଁ ହେ ଭୁବନାଧିପ

ନିର୍ଦ୍ଦୟ ସାଗରେ ଭାସେ ନିରନ୍ତରେ

ଧରି ତୋ ନାମ ମାଳକ ।୧ ।

ପତିତ ତାରଣେ ପତିତ ପାବନ

ନାମ ବହିଅଛ ହେ ପୁରୁଷୋତମ

ଏ ପତିତ ଜନେ କିମ୍ପା ଅଭିମାନ

ହେଉଛ ପୁଣ୍ଡରୀକାକ୍ଷ ।୨ ।

ଅତୀତ ଗାଉଛି ପତିତ ତାରଣ

ଥରେ ଡାକି କେତେ ନେଲେ ପରିତ୍ରାଣ

ଏବେ କି ପାଷାଣ ହେଲ ନାରାୟଣ

ନଶୁଭେ ପତିତ ଡାକ ।୩ ।

କୃପଣପଣ ବହିଲେ ଆପଣ

କାହାକୁ ଡାକିବି କହ ନାରାୟଣ

ମାଗୁନାହିଁ ପଣ ମାଗେ ପରିତ୍ରାଣ

ଭଣେ ବାସୁଦେବ ମୂର୍ଖ ।୪ ।