Ashwini Kumar Rath

The Ekwesha

ଲବଣୀ ଗୀଳା ତୋ ଲୀଳା

ଲବଣୀ ଗୀଳା ତୋ ଲୀଳା

କଳିବ କିଏ ସଂସାରେ

କଳାକୁ କରୁଛ ଧଳା

କେଳା ଖେଳା ପରକାରେ ।(ଘୋଷ) ।

ଭୋଳାନାଥ ତୋର ଲୀଳା

ନଜାଣି ହେଲେ ବାଉଳା

ମୋହିନୀ ରୂପେ ମୋହିଲୁ

ମଥା ପୋତିଲେ ଲଜ୍ଜାରେ ।୧ ।

ତୋ ମାୟା ବୁଝି ନପାରି

ବ୍ରହ୍ମା କଲେ ବତ୍ସା ଚୋରି

ପୃଥିବୀ ସର୍ଜନାକାରୀ

କ୍ଷମା ମାଗିଲେ ପୟରେ ।୨ ।

ତୋ ମାୟାରେ ପଡ଼ି ଅନ୍ଧ

ନଚିହ୍ନି ପାରିଲା ଇନ୍ଦ୍ର

ତୁମ୍ଭ ସଙ୍ଗେ କଲା ଦ୍ୱନ୍ଦ୍ୱ

ପାରିଜାତ ହରଣରେ ।୩ ।

ଦେବ ଯାହା ଅଗୋଚର

ମାନିବେ ନାହିଁ ଗୋଚର

ଡାକେ ବାସୁଦେବ ଛାର

ପାରିକର ମାୟାଗାତ୍ରେ ।୪ ।

ଯାଅ ଯାଅ ଦୂତି ଏ ମୋର ଭାରତୀ
Get latest news, stories and videos