The Ekwesha

ମହେଶ୍ୱର ବନ୍ଦନା

ବନ୍ଦେ କୈଳାସ ପତି ହର ମହେଶ୍ୱର

ଗିରିଜା ବଲ୍ଲଭ ଶଙ୍କର । ।

ଶୁଦ୍ଧ ସ୍ଫଟିକ ତନୁ ନେତ୍ର ନିନ୍ଦେ କୃଶାନୁ

ଭସ୍ମିଲେପନ କଳେବର

ଶିରେ ପିଙ୍ଗଳ ଜଟା ବ୍ୟାଘ୍ରାମୂରକ ଛଟା

ସ୍ରବି ପଡୁଛି ଗଙ୍ଗାଧର ।୧ ।

ନାଗ ଯଜ୍ଞୋପବିତ କନ୍ଧରେ ବିରାଜିତ

ଫଣୀ କଙ୍କଣ ଫଣୀ ହାର

ମଣି ଜିଣୁଛି ତେଜ ଲଲାଟେ ଦ୍ୱିଜରାଜ

ନାଶେ କୈଳାସ ଅନ୍ଧକାର ।୨ ।

ଦୁଦୁରା ଫୁଲେ ସାଜେ ଦେବାଧି ଦେବାରାଜେ

ପିନାକ ଧନୁ ଶୋହେ କର

ବାସୁଦେବ ଗୁହାରୀ ପ୍ରଭୁ ତ୍ରିଶୂଳ ଧାରୀ

କର ତୋ ଚରଣେ କିଙ୍କର ।୩ ।

ବନ୍ଦେ କୈଳାସ ପତି ହର ମହେଶ୍ୱର