The Ekwesha

ବନ୍ଦଇ ଶ୍ରୀ ନାରାୟଣ ଖିରାର୍ଣ୍ଣବ ବାସି

ବନ୍ଦଇ ଶ୍ରୀ ନାରାୟଣ ଖିରାର୍ଣ୍ଣବ ବାସି

ଅନନ୍ତ ଶୟନେ ରତ ଭରାଭର ନାଶି ।୧ ।

ଶୁକ୍ଳବର୍ଣ୍ଣ ତନୁତେଜ ନିନ୍ଦେ ଶଶଧର

କଟୀ ତଟେ ଶୋଭାପାଏ ଶୁକଳ ଅମ୍ବର ।୨ ।

ଶୁକ୍ଳ ଉତରୀୟ କନ୍ଧେ ଦାଉଦାଉ ଦିଶେ

ସ୍ୱର୍ଣ୍ଣ ଯଜ୍ଞ ଉପବିତ ଶୋଭା ପରକାଶେ ।୩ ।

ସକଳ ଗନ୍ଧଚନ୍ଦନ ସର୍ବାଙ୍ଗେ ଲେପନ

ଶୁକ୍ଳ ପୁଷ୍ପବନ ମାଳ ଦିଶେ ଶୋଭାବନ ।୪ ।

ଶଙ୍ଖଚକ୍ର ପଦ୍ମ ଗଦା ଚତୁର୍ଭୁଜ ସାଜେ

ଅଷ୍ଟାଦଶ ଚିହ୍ନ ମାନ ହୃଦରେ ବିରାଜେ ।୫ ।

ଦୟଣା ତୁଳସୀ ମାଳ ଗଳେ ଶୋଭାପାଏ

ହୃଦରେ ଶ୍ରୀବତ୍ସ ଚିହ୍ନ ଭକ୍ତମନ ମୋହେ ।୬ ।

କଣ୍ଠେ କଉସ୍ତୁଭ ମଣି ସୂର୍ଯ୍ୟ ତେଜ ଗ େଂଜ

ସେ ଆଲୋକେ ଆଲୋକିତ ବଇକୁଣ୍ଠ ରଙ୍ଗେ ।୭ ।

ରମା ବାଣୀ ବେନି ରାଗିବେନି ପାରୁଶରେ

ସର୍ବଦା ଅଛନ୍ତି ଯାର ସେବା ଅଧିକାରେ ।୮ ।

ସେ ପଦ୍ମ ଚରଣେ ବୁଦ୍ଧେ ପସନ୍ତୁ ଶରଣ

ଆନନ୍ଦ ସାଗରେ ହରିବୋଲ ସର୍ବଜନ ।୯ ।

ବନ୍ଦଇ ଶ୍ରୀ ନାରାୟଣ ଖିରାର୍ଣ୍ଣବ ବାସି