The Ekwesha

ହୃଦ ଗଗନ ତାରକା

      ହୃଦ ଗଗନ ତାରକା (ଆ..ଆ..ଆ..ଆ)

ସେହି ମୋ ଧ୍ୟାନ            ସେହି ମୋ ଜ୍ଞାନ

      ସେହି ମୋ ଅନ୍ତର ସଖା ।(ଘୋଷ) ।

ନବୀନ ନିରଦ ମୋତେ

ଅନାଇ ଥାଇ ନିରତେ

ଚାହେଁ ଚାତକିନି ପରି

ବରଷିବେ କୃପାବାରି

ସଂତପ୍ତ ପରାଣେ ମୋର

ସେହି ସଲିଳ ସଂଚାର

ତରଣେ ତର ନଉକା ।୧ ।

ଦରିଦ୍ର ମନ ମନ୍ଦିରେ

ହୃଦ ଅମା ଅନ୍ଧକାରେ

ସେହି ରତନ ଅଞ୍ଜଳି

ସେ ମୋ ରତ୍ନ ଦୀପାବଳି

ନୟନ ହରା ନୟନ

ନିଶୀଥିନୀର ତପନ

ଚରଣେ ହୋଇଛି ବିକା ।୨ ।

ହୃଦ ଗଗନ ତାରକା