ବନ୍ଦଇ ଛାୟା ବଲ୍ଲଭ ଯୁଗଳ ପଦ ପଲ୍ଲବ
ତିମିର ନାଶନ ଦିବାକର ।୧ ।
ନିରାକାର ନିରଂଜନ ପୂର୍ଣ୍ଣବ୍ରହ୍ମ ସନାତନ
ବିଶ୍ୱହିତେ ଧର୍ମ ଅବତାର ।୨ ।
ଏ ଚକ୍ର ଚଳେ ଯାନ ୟେଚା ସପ୍ତ ତୁରଙ୍ଗମ
ଅରୁଣ ସାରଥୀ ଯାର ରଥେ ।୩ ।
ସହସ୍ର କିରଣ ଧରି ପଦ୍ମାସନେ ବିଜେକରି
ବେନି ସରସିଜ ଧରି ହସ୍ତେ ।୪ ।
ହିରନ୍ୱୟ ବପୁ ଶୋଭା କିବା ପଟାନ୍ତର ଦେବା
ରକ୍ତାମ୍ବର କଟିତଟେ ସାଜେ ।୫ ।
କର୍ଣ୍ଣେ କିରଟ କୁଣ୍ଡଳ ଗଳେ ଶୋଭା ଯବାମାଳ
ଗାତ୍ରେ ରକ୍ତ ଚନ୍ଦନ ବିରାଜେ ।୬ ।
ନବଗ୍ରହଙ୍କ ଈଶ୍ୱର ସୁତ ଯମ ଶନିଶ୍ଚର
କଶ୍ୟପଙ୍କ ଗୋତ୍ରରେ ସଂଭୂତ ।୭ ।
ତୁମ୍ଭେ ରକ୍ଷଣ ପାଳନ ତୁମ୍ଭେ ସ୍ଥିତି ସଂହାରଣ
ତୁମ୍ଭେ ଆଦିକନ୍ଦ ଭୂତ ।୮ ।
Get latest news, stories and videos